ମୋ କୋର୍ଟରେ କୌଣସି ଡ୍ରାମା ଚାଲିବ ନାହିଁ: ସିଜେଆଇ
ନୂଆଦିଲ୍ଲୀ: ଗରିବଙ୍କୁ ନ୍ୟାୟ ଦେବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଏଭଳି ଲୋକଙ୍କ ପାଇଁ ସୁପ୍ରିମକୋର୍ଟରେ ଅଧ ରାତି ପର୍ୟ୍ୟନ୍ତ ବସିପାରିବି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ୟ୍ୟକାନ୍ତ କହିଛନ୍ତି। ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ସହ ଏକ ମାମଲାର ଶୁଣାଣି କରୁଥିବା ସମୟରେ ସିଜେଆଇ ଏହି ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ମୋ କୋର୍ଟରେ କୌଣସି ଡ୍ରାମା ଚାଲିବ ନାହିଁ। ବ୍ୟୟବହୁଳ ମାମଲାକୁ ଧନୀ ଲୋକ ହିଁ ଲଢ଼ିଥାନ୍ତି। କହିବାକୁ ଚାହୁଁଛି ଯେ ସବୁଠାରୁ ଗରିବ ଏବଂ ଅନ୍ତିମ ପର୍ୟ୍ୟାୟର ବ୍ୟକ୍ତି ପାଇଁ ମୁଁ ଏଠାରେ ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କ ପାଇଁ ରାତି ଅଧ ପର୍ୟ୍ୟନ୍ତ ବସିପାରିବି।
Powered by Froala Editor