ମଣ୍ଡି ଖୋଲିବାର ପ୍ରଥମ ଦିନରେ ବିଲକୁଲ୍ ହେଲାନି ଧାନ କିଣାବିକା
ଭୁବନେଶ୍ୱର: ପ୍ରଥମ ଦିନରେ ଧାନ କିଣା ଶୂନ। ଓଡ଼ିଶା ଇତିହାସରେ ଅଲୋଡ଼ା ରେକର୍ଡ। ମଣ୍ଡି ଖୋଲିବାର ପ୍ରଥମ ଦିନରେ ଧାନ କିଣାବିକା ବିଲକୁଲ୍ ହେଲାନାହିଁ। ପ୍ରଥମ ଦିନରୁ ମଣ୍ଡିରେ ଅଚଳବସ୍ଥା। ପୂର୍ଵ ବର୍ଷ ଗୁଡ଼ିକରେ ପ୍ରଥମ ଦିନରେ ଲକ୍ଷାଧିକ ବସ୍ତା ଧାନ କିଣାଯାଉଥିଲା। କିନ୍ତୁ ଚଳିତ ବର୍ଷ ଗୋଟିଏ ବସ୍ତା ଧାନ ବିକି ନାହାନ୍ତି ଚାଷୀ। ଏପଟେ ଜିଲ୍ଲା ପ୍ରଶାସନ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆଜି ଦିନ ୧୧ଟା ପର୍ୟ୍ୟନ୍ତ ସ୍ଥିତି ନସୁଧୁରିଲେ ଅର୍ଥନୈତିକ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ସମ୍ବଲପୁର ଚାଷୀ। ଏପଟେ ଜିଲ୍ଲା ପ୍ରଶାସନ ସହ ଘନଘନ ବୈଠକ ପରେ ମଧ୍ୟ ଚୁକ୍ତି ସ୍ଵାକ୍ଷର କରୁନାହାନ୍ତି ମିଲର । ଆଶ୍ଚର୍ୟ୍ୟର କଥା ଏତେ ସମସ୍ୟା ଭିତରେ ଧାନ କିଣା ଠପ ରହିଛି, ଆଉ ମନ୍ତ୍ରୀ କହୁଛନ୍ତି ସବୁ କିଛି ଠିକ୍ଠାକ୍ ଚାଲିଛି ।
ସେପଟେ ଏହାକୁ ନେଇ ଗତକାଲି ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବହୁ ଅପେକ୍ଷା ପରେ ବରଗଡ଼ ଓ ସମ୍ବଲପୁରରେ ଖୋଲିଛି ମଣ୍ଡି । ହେଲେ ବରଗଡ଼ ଜିଲ୍ଳାରେ ଏଯାଏଁ ଚାଷୀଙ୍କୁ ମିଳିନି ଟୋକନ । ସେପଟେ ସମ୍ବଲପୁରରେ ମିଲରଙ୍କ ସହ ଚୁକ୍ତି ହୋଇନାହିଁ । ଏଭଳି ସ୍ଥିତିରେ ଧାନ ବିକିବାକୁ ନେଇ ଚାଷୀ ଦ୍ବନ୍ଦ୍ବରେ ପଡିଛନ୍ତି । ଏପଟେ ବିଧାନସଭାରେ ମଣ୍ଡି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ।
Powered by Froala Editor