ଧାନ ନଉଠାଇଲେ ଆଗକୁ ସ୍ଥିତି ଭୟଙ୍କର : ବିଜେଡି
ଭୁବନେଶ୍ୱର: ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ । ଧାନ ନଉଠାଇଲେ ଆଗକୁ ସ୍ଥିତି ଭୟଙ୍କର କରିବାକୁ ଚେତାବନୀ ଦେଇଛି ବିଜେଡି । ଧାନ ନ ଉଠେଇଲେ ରାଜ୍ୟରେ ନିଆଁ ଲାଗିବ । ଏବଂ ଚାଷୀଙ୍କ ସହ ଖେଳନ୍ତୁ ନାହିଁ ସରକାର ବୋଲି କହିଛି ବିଜେଡି । ଏହାସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛନ୍ତି ସରକାର । ଗୋଦାମରେ ଜାଗା ନାହିଁ କହୁଛନ୍ତି, ସରକାର ଶୀଘ୍ର ଷ୍ଟକ ଭେରିଫିକେସନ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ । ପ୍ରଥମରୁ ମଣ୍ଡି ଖୋଲିବା ପାଖାପାଖି ମାସେ ବିଳମ୍ବିତ ହୋଇସାରିଛି । ଏବେ ଚାଷୀଙ୍କୁ ଧାନ ବିକିବାକୁ ଟୋକନ ମିଳିନି । ମିଲର୍ସଙ୍କ ସହ ଚୁକ୍ତି କରିବାକୁ ସରକାର ବି ଯେପରି ଭୁଲିଯାଇଛନ୍ତି ।
ଏହାର ଜବାବ ରଖିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଚାଷୀଙ୍କ ଠି ନିଆଁ ଲାଗିନି, ନିଆଁ ଆଉ କୋଉଠି ଲାଗିଛି । ସରକାର ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି ।
Powered by Froala Editor