ଏହି ୮ କଲେଜରୁ ଆସିଲା ଛାତ୍ରୀ ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗ
ଭୁବନେଶ୍ୱର: ୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗ । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ‘ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ ଆସିଛି । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଏଭଳି ଅଭିଯୋଗ ଆସିଛି । ବାଲେଶ୍ୱର ଏଫଏମ୍ କଲେଜରେ ବି ଏଭଳି ଗୋଟିଏ ଅଭିଯୋଗ ଆସିଛି ।
Powered by Froala Editor