ସାରା ରାଜ୍ୟରେ ପ୍ରବଳ ଥଣ୍ତା
ଭୁବନେଶ୍ବର:ସାରା ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳିଲାଣି। ରାଜ୍ୟରେ ଅନେକ ସ୍ଥାନରେ ଘନ କୁହୁଡିରେ ଆଚ୍ଛାଦିତ ହୋଇରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ ଗାଏବ ହୋଇଯାଇଥିଲା । ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଥଣ୍ତାର ପ୍ରଭାବ ବେଶ ପଡିଛି ।
ଗତକାଲି ରାଜ୍ୟରେ ୧୦ ଡିଗ୍ରୀ ତଳେ ଛଅ ସହର ତାପମାତ୍ରା ରେକର୍ଡ କରାଯାଇଛି। ରାଉଲକେଲାରେ ୭.୭ ଡିଗ୍ରୀ, ଝାରସୁଗୁଡ଼ାରେ ୮.୧ ଡିଗ୍ରୀ, ସିମିଲିଗୁଡାରେ ୮.୬ ଡିଗ୍ରୀ, କୋରେଇରେ ୯.୩ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ଜିଉଦୟଗିରି ୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Powered by Froala Editor