Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ...

  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ...

  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ...

  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ...

  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ

ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ

2025-11-27 16:49:58
14009
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର, ୨୭ ନଭେମ୍ବର, ୨୦୨୫: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଯାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆୟୋଜିତ ହୋଇଥିଲା।


ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ପାଲାଗବେଷକ ଡ଼. ସନ୍ତୋଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଲା ଓ ଦାସକାଠିଆର ସଂସ୍କୃତିକୁ ଜନମାନସପଟରେ ଚିର ଉଜ୍ଜୀବିତ କରି ରଖିବା ପାଇଁ ସମସ୍ତ କଳାକାରମାନଙ୍କୁ ପ୍ରେରିତ କରିଥିଲେ। ପାଲା ଗାୟନ ଓ ଦାସକାଠିଆ ହେଉଛି ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହାର ବହୁଳ ପ୍ରଚାର ଓ ପ୍ରସାର ସହ ବର୍ତ୍ତମାନର ଯୁବପିଢ଼ି ଯେପରି ଏହି ସଂସ୍କୃତି ସହ ସାମିଲ ହେବେ ସେ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଡ଼.ସନ୍ତୋଷ ମହାପାତ୍ର ମତପ୍ରକାଶ କରିଥିଲେ।


ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାର ଡ଼. କଳାକର ନାୟକ ଓ ସାଥୀ, କଟକ ଜିଲ୍ଲାର ଶ୍ରୀମତୀ ଅସୀମା ବରାଳ ଓ ସାଥୀ, ଶ୍ରୀଯୁକ୍ତ ଦୁଷ୍ମନ୍ତ ବେହେରା ଓ ସାଥୀ, ପୁରୀ ଜିଲ୍ଲାର ଶ୍ରୀଯୁକ୍ତ ବସନ୍ତ କୁମାର ମହାରଣା ଓ ସାଥୀ ଏବଂ କେନ୍ଦୁଝର ଜିଲ୍ଲାର ଶ୍ରୀଯୁକ୍ତ ତୁଳସୀ ଚରଣ ମହାନ୍ତ ଓ ସାଥୀ ପାଲା ପରିବେଷଣ କରିଥିଲେ। ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲାର ଶ୍ରୀଯୁକ୍ତ ସତ୍ୟ ନାୟକ ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ।


ଆଜିର କାର୍ଯ୍ୟକ୍ରମରେ ୧୨ ଜଣ ପାଲା ଗାୟକ ଓ ଗାୟିକାମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। 


ଶ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲା ଗାୟକ ସଂଘର ସଭାପତି ଗାୟକ ମଦନ ମୋହନ ଜେନା, ସଂପାଦକ ଗାୟକ ବସନ୍ତ କୁମାର ରାଉତ ଉପସ୍ଥିତ ରହି ସମସ୍ତ ପାଲା ଓ ଦାସକାଠିଆ ଦଳକୁ ଉତ୍ସାହିତ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Powered by Froala Editor

Tags Pala

Related articles Odisha News Lens 4.1

  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା
    ଦେଶ-ଦେଶାନ୍ତର

    ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା

    13790
    Nov 27, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14586
    Nov 26, 2025
  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14891
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14098
    Nov 27, 2025
  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ
    ଦେଶ-ଦେଶାନ୍ତର

    ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ

    14183
    Nov 27, 2025
  • ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ନଂ ପ୍ଲେଟ୍
    ଦେଶ-ଦେଶାନ୍ତର

    ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ନଂ ପ୍ଲେଟ୍

    13290
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14459
    Nov 27, 2025
  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ
    ଦେଶ-ଦେଶାନ୍ତର

    ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ

    13781
    Nov 27, 2025
  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...
    ଖେଳ ଖବର

    ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...

    13994
    Nov 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14891
    Nov 27, 2025
  • ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14459
    Nov 27, 2025
  • ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14586
    Nov 26, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16864
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16960
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17305
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15777
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13688
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15571
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14894
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15199
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15252
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14854
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14735
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14325
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13972
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ନଂ ପ୍ଲେଟ୍

    13290
    Nov 27, 2025
  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ

    14183
    Nov 27, 2025
  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14891
    Nov 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In