ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା କଥା ମୋ କାନରେ ପଡ଼ିନାହିଁ : ଗଣେଶ୍ୱର ବେହେରା
ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ଚିଠିର କୌଣସି ପ୍ରଭାବ ନାହିଁ । ୨୦୨୪ ପରାଜୟର ସମୀକ୍ଷା ହୋଇଛି । ଦେବାଶିଷ ଯେମିତି ଚାହୁଁଥିଲେ ତାହା ହୋଇନି । ନବୀନଙ୍କୁ ଦେଖା କରିବାର ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି । ନବୀନ ବାବୁ ଯଦି ଗୃହବନ୍ଦୀ ତେବେ ବିଧାନସଭା ଓ ଶଙ୍ଖଭବନ କେମିତି ଯାଉଛନ୍ତି ବୋଲି ବିଜେଡି ନେତା ଗଣେଶ୍ୱର ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ସୁଜାତାଙ୍କ ବିଜେଡିରେ ଏଣ୍ଟ୍ରି କେବଳ କଳ୍ପନାଜଳ୍ପନା । ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା କଥା ମୋ କାନରେ ପଡ଼ିନାହିଁ ।
Powered by Froala Editor