ଡିସେମ୍ବର ୧ ରୁ ବସ୍ ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ
କଟକ: ଡିସେମ୍ବର ପହିଲାରୁ ରାଜ୍ୟରେ ବସ୍ ଗଡ଼ିବ ନା ନାହିଁ । ରାଜ୍ୟ ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ଦେଇଥିବା ବସ୍ ଡାକରାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଆସିଛି ବଡ଼ ନିଷ୍ପତ୍ତି ।ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆଶ୍ଵସ୍ତିକର ବାର୍ତ୍ତା ଦେଇଛି ରାଜ୍ୟ ବସ୍ ମାଲିକ ସଂଘ । ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଥିବା ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି ।
କହିଛନ୍ତି, "ପରିବହନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସରିଛି । ଏହି ପ୍ରସଙ୍ଗ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହି ଚେକିଂ ବା ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ମିଳିଛି । ତେଣୁ ଡିସେମ୍ବର ୧ରୁ ହେବାକୁ ଥିବା ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ କରୁଛୁ ।"
Powered by Froala Editor