୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା
ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଛି। ଶ୍ରୀଲଙ୍କା ପାଶ୍ଵବର୍ତ୍ତୀ ଭାରତ ମହାସାଗରରେ ଅବପାତଟି କେନ୍ଦ୍ରୀଭୂତ ହୋଇଛି। କ୍ରମଶଃ ଏହା ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବ। ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଭୁବନେଶ୍ବରରେ ୧୬, କଟକରେ ୧୪.୬, ଅନୁଗୋଳରେ ୧୩.୮, ବାରିପଦାରେ ୧୩.୬, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, ଭବାନୀପାଟଣାରେ ୧୩.୮, କୋରାପୁଟରେ ୧୩.୨ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ପାରଦ ରହିଛି।
Powered by Froala Editor