ଆରମ୍ଭ ହେଲା ସର୍ବ ଦଳୀୟ ବୈଠକ
ଭୁବନେଶ୍ୱର: ବିଧାନସଭାରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ଶାସକ ଦଳର ବିଧାୟକଙ୍କ ସହିତ ବିଜେଡିର ପ୍ରମିଳା ମଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ରହିଛନ୍ତି ।
ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୩୦ରୁ ୫ଟା ୩୦ ଯାଏଁ ଗୋଟିଏ ଘଣ୍ଟା ଧରି ଗୃହରେ ଉଦବୋଧନ ରଖିବେ ରାଷ୍ଟ୍ରପତି ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ସେହିପରି ସନ୍ଧ୍ୟା ୫ଟାରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବସିବ ଶଙ୍ଖ ଭବନରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ଶୀତ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ । କେଉଁ ସବୁ ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାପନ କରାଯିବ, ତାହା ବୈଠକରେ ସ୍ଥିର କରାଯିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବୁଧବାର ସନ୍ଧ୍ୟାରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
Powered by Froala Editor