ଆଜି ସମ୍ବିଧାନ ଦିବସ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ଵର : ନଭେମ୍ବର ୨୬... ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ। କାରଣ ଆଜି ସମ୍ବିଧାନ ଦିବସ। ୧୯୪୯ ମସିହା ଏହି ଦିନରେ ସ୍ୱାଧୀନ ଭାରତର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇଥିଲେ। ଏହାର ୨ ମାସ ପରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ୟ୍ୟକାରୀ ହେଲା। ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, '୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା।'
ଭାରତୀୟ ସମ୍ବିଧାନ ପ୍ରସ୍ତୁତି କରିବା ଲାଗି ୨ ବର୍ଷ, ୧୧ ମାସ, ୧୮ ଦିନ ସମୟ ଲାଗିଥିଲା । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ପ୍ରସ୍ତୁତ କାମ ସମାପ୍ତ ହୋଇଥିଲା । ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ପ୍ରଣୟନ ହେଲା।
Powered by Froala Editor