୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍କ୍ଲେଭ୍’କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି । ଆସନ୍ତା ୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ । ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର କରିବାକୁ ହେଲେ, ଆସନ୍ତା ୧୦-୧୧ ବର୍ଷ ଭିତରେ ପ୍ରାୟ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ସରକାର ଭିତ୍ତିଭୂମି, ଶିଳ୍ପ ଓ ସ୍କିଲ୍ ଡେଭ୍ଲପ୍ମେଣ୍ଟ ଉପରେ ଫୋକସ୍ କରିଛୁ। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇ ୮୪ ଟି ଶିଳ୍ପର ଶିଳାନ୍ୟାସ ହୋଇଛି ଏବଂ ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇପାରିଛି । ବେଦାନ୍ତ ଗ୍ରୁପ, ଆଦାନୀ, ଜେ.ଏସ୍. ଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍, ଜୋହୋ ଗ୍ରୁପ୍ ପକ୍ଷରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ବର୍ତ୍ତମାନ ପାଇପଲାଇନ୍ରେ ଅଛି । ଟେକ୍ସଟାଇଲ୍, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ଇନ୍ଭେଷ୍ଟମେଣ୍ଟ ଆସୁଛି । ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ରୋଡ୍, ରେଲ୍ୱେ, ପୋର୍ଟ ଓ ଏୟାରପୋର୍ଟ ସବୁ କ୍ଷେତ୍ରର ଭିତ୍ତିଭୂମିକୁ କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ବ୍ୟାପକ ଭାବେ ସୁଦୃଢ଼ କରୁଛନ୍ତି। ଏ କ୍ଷେତ୍ରରେ ଆମକୁ UCCIL ଭଳି ଶିଳ୍ପସଂଘମାନେ ସହଯୋଗର ହାତ ବଢ଼ାଇଛନ୍ତି । ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ UCCIL ପକ୍ଷରୁ ପ୍ରସ୍ତୁତ ‘ସମୃଦ୍ଧ ଓଡିଶା ୨୦୩୬’ ନାମକ ସ୍ମରଣିକା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।
Powered by Froala Editor