Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ...

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ...

  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ...

  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ...

  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ...

  • ଫିକା ପଡିବ ସୁନାର ଚମକ

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

  • ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ...

  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ...

ରାଜ୍ୟ
Home ›› ରାଜ୍ୟ ››୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ

୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ

2025-11-26 06:40:22
14552
Share:
Facebook
Twitter
E-Mail
WhatsApp
Telegram
୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି । ଆସନ୍ତା ୧୦ ବର୍ଷରେ ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ । ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି  ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର କରିବାକୁ ହେଲେ, ଆସନ୍ତା ୧୦-୧୧ ବର୍ଷ ଭିତରେ ପ୍ରାୟ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ସରକାର ଭିତ୍ତିଭୂମି, ଶିଳ୍ପ ଓ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ଉପରେ ଫୋକସ୍ କରିଛୁ। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇ ୮୪ ଟି ଶିଳ୍ପର ଶିଳାନ୍ୟାସ ହୋଇଛି ଏବଂ ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇପାରିଛି । ବେଦାନ୍ତ ଗ୍ରୁପ, ଆଦାନୀ, ଜେ.ଏସ୍. ଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍, ଜୋହୋ ଗ୍ରୁପ୍ ପକ୍ଷରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ବର୍ତ୍ତମାନ ପାଇପଲାଇନ୍‌ରେ ଅଛି । ଟେକ୍ସଟାଇଲ୍, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ଇନ୍‌ଭେଷ୍ଟମେଣ୍ଟ ଆସୁଛି । ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ରୋଡ୍, ରେଲ୍‌ୱେ, ପୋର୍ଟ ଓ ଏୟାରପୋର୍ଟ ସବୁ କ୍ଷେତ୍ରର ଭିତ୍ତିଭୂମିକୁ କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ବ୍ୟାପକ ଭାବେ ସୁଦୃଢ଼ କରୁଛନ୍ତି। ଏ କ୍ଷେତ୍ରରେ ଆମକୁ UCCIL ଭଳି ଶିଳ୍ପସଂଘମାନେ ସହଯୋଗର ହାତ ବଢ଼ାଇଛନ୍ତି । ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ UCCIL ପକ୍ଷରୁ ପ୍ରସ୍ତୁତ ‘ସମୃଦ୍ଧ ଓଡିଶା ୨୦୩୬’ ନାମକ ସ୍ମରଣିକା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ
    ଦେଶ-ଦେଶାନ୍ତର

    ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    15142
    Jul 27, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...
    ବାଣିଜ୍ୟ

    କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...

    14420
    Jul 28, 2026
  • ଫିକା ପଡିବ ସୁନାର ଚମକ
    ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13740
    Jul 27, 2026
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ
    ଦେଶ-ଦେଶାନ୍ତର

    ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13545
    Jul 27, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ
    ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13810
    Jul 26, 2026
  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ
    ଦେଶ-ଦେଶାନ୍ତର

    ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ

    15532
    Jul 27, 2026
  • ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

    14508
    Jul 27, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....
    ବିଶେଷ

    ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15280
    Jul 27, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା  ‘ଦ ଓଡିସି’
    ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13627
    Jul 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

    14508
    Jul 27, 2026
  • ଦେଶ-ଦେଶାନ୍ତର

    ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ

    15532
    Jul 27, 2026
  • ବିଶେଷ

    ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15280
    Jul 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17002
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17607
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17659
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18060
    Sep 06, 2023

ବିଶେଷ

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15280
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15743
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15393
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16053
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14304
    Jul 18, 2026

ବାଣିଜ୍ୟ

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ସେମାନେ ପ୍ରତ୍ୟେକ ଦିନ କେବଳ କିଛି ପରିମାଣର ଜଳ ବ୍ୟବହାର କରନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ସକାଳେ ପ୍ରଥମ ଗ୍ଲାସ ପିଇବା ଏବଂ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ...

  • ଫିକା ପଡିବ ସୁନାର ଚମକ

    13740
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15755
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15928
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15299
    Jul 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13545
    Jul 27, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13810
    Jul 26, 2026
  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    15142
    Jul 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In