ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ ମହାନ୍ତି

ଭୁବନେଶ୍ୱର : ପନôୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରଦାନ ପ୍ରସଙ୍ଗକୁ ନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କଟକ ପରିବାର ଅଦାଲତରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ଅନୁଭବ ଏହି ଆବେଦନ ଦାଖଲ କରିଛନ୍ତି ।
ଆବେଦନରେ ସେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିଦେ୍ର୍ଧଶ ଅନୁସାରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ କଟକ ପରିବାର ଅଦାଲତକୁ ତାଙ୍କ ଛାଡ଼ପତ୍ର ଆବେଦନ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା । ମାମଲାର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ । ଏଥିସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଧିଷ୍ଟ ସମୟସୀମା ଭିତରେ କରାଯିବା କଥା । କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ତାରିଖ ପରେ ତାରିଖ ହୋଇ ଚାଲିଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ମଧ୍ୟସ୍ଥତା ପ୍ରକ୍ରିୟା ସଂପାଦିତ ହୋଇଥିଲା । ସେତେବେଳେ କିଛି ଫଳ ମିଳି ପାରି ନଥିଲା । ମାମଲା କଟକ ସ୍ଥାନାନ୍ତର ପରେ ପୁଣି ପରିବାର ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ପରିବାର ଅଦାଲତରେ ଛାଡପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି । ୬ ମାସ ଭିତରେ ଛାଡ଼ପତ୍ର ଆବେଦନର ଶୁଣାଣି ଶେଷ କରିବାକୁ ନିଦେ୍ର୍ଧଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଦର୍ଶାଯାଇଛି ।
Powered by Froala Editor