ଆଜି ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ସୋମବାର ଜନ ଅଭିଯୋଗ ଶୁଣାଣି ହେବ। ସକାଳ ୧୦ଟା ୩୦ରୁ ଭୁବନେଶ୍ବର ୟୁନିଟ-୨ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରିବେ। ଗତ ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ଆଉ ପୁନଃ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଗତ ଅଗଷ୍ଟ ୧୧ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ସୋମବାର ହେଉଥିବା ଏହି ଅଭିଯୋଗ ଶୁଣାଣି ବନ୍ଦ ଥିଲା।
Powered by Froala Editor