ମୋ କଥା ଉଦ୍ଦେଶ୍ୟମୂଳକ ଭାବେ ନଥିଲା
ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଅନେକ କଥା ସାମ୍ନାକୁ ଆସୁଛି। ପ୍ରତିଦିନ କିଛିନା କିଛି କଥା ସାମ୍ନାକୁ ଆସୁଛି। ତାଙ୍କ ସହ କାମ କରିଥିବା କିଛି କଳାକାର ସାମ୍ନାକୁ ଆସି ମନ୍ତବ୍ୟ ରଖୁଛନ୍ତି। ଏହି କ୍ରମରେ ଆଙ୍କର ଲିଜାଙ୍କ ବୟାନ ବିବାଦ ଘେରକୁ ଆସିଥିଲା। ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ଲିଜାଙ୍କ ନାଁରେ ବାଲେଶ୍ବର ମେଲୋଡି ଆସୋସିଏସନ୍ ଅଭିଯୋଗ କରିଛନ୍ତି ।
ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦକୁ ନେଇ ଗତ ୪ ଦିନ ତଳେ ଗଣମାଧ୍ୟମ ଆଗରେ ବାଲେଶ୍ବର ମେଲୋଡି ଆସୋସିଏସନକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛି ମେଲୋଡି ଆସୋସିଏସନ୍। ଅପରପକ୍ଷେ ଲିଜା ଏକ ପୋଷ୍ଟ କରି ବାଲେଶ୍ଵରର କଳାକାରମାନଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯାହା ବି କହିଛି ସ୍ଲିପ ଅଫ ଟଙ୍ଗ। ମୋ କଥା ଉଦ୍ଦେଶ୍ୟମୂଳକ ଭାବେ ନ ଥିଲା । ଯଦି କାହାକୁ ବାଧିଛି ଦୁଃଖିତ ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଛି।
Powered by Froala Editor