ବଡ଼ ପେଟ ସମସ୍ୟା ନେଇ ଆପଣ ଚିନ୍ତିତ କି? ପ୍ରତିଦିନ ପିଅନ୍ତୁ ଏହି ଜୁସ୍

ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଯଦି ଏହି ସମସ୍ୟା ଆପଣଙ୍କଠାରେ ରହିଛି, ତେବେ ଘରୋଇ ଉପାୟରେ ଏହାର ସମାଧାନ କରନ୍ତୁ। ପେଟ କମ୍ କରିବାରେ କାକୁଡ଼ି ଓ ଲେମ୍ବୁପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡ଼ି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍ କରିଥାଏ। ସେଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କାକୁଡ଼ି ଜୁସ୍ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଜୁସ୍ ପ୍ରସ୍ତୁତି ପାଇଁ ସାମଗ୍ରୀ-
୧. ୨ଟି କାକୁଡ଼ି
୨. ଦୁଇ ଚାମଚ ଲେମ୍ବୁ ରସ
୩. ଛୋଟ ଅଦା ଖଣ୍ଡ
୪. ଅଳ୍ପ ଜିରା ପାଉଡର
୫. ୩/୪ଟା ପୁଦିନା ପତ୍ର
୬. ସ୍ୱାଦ ଅନୁସାରେ କଳା ଲୁଣ ବା ସାଧା ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାକଡ଼ିରୁ ଚୋପା ଛଡ଼ାଇ ସେଥିରେ ଅଦା ଓ ପୋଦିନା ପତ୍ର ପକାଇ ମିଶ୍ରଣ କରନ୍ତୁ। ଏଥିରେ ଲେମ୍ବୁରସ, ଜିରା ପାଉଡର, ସ୍ବାଦ ଅନୁସାରେ କଳା କିମ୍ବା ଧଳା ଲୁଣ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ପ୍ରତିଦିନ ଏହାକୁ ପିଇବା ଦ୍ୱାରା ପେଟ କମ୍ ହୋଇଯାଇଥାଏ।
Powered by Froala Editor