ବରିଷ୍ଠ କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ବର: ଢେଙ୍କାନାଳ ଜିଲାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଆତ୍ମସାତ କରି ଗିରଫ ହୋଇଛନ୍ତି ବରିଷ୍ଠ କିରାଣୀ ମନୋରଂଜନ ସାହୁ । ସେ ହିନ୍ଦୋଳ ସବ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ସମୟରେ ତାଙ୍କ ନାମରେ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ସେ ଦୀର୍ଘ ଦୁଇ ବର୍ଷ ଧରି ଫେରାର ଥିଲେ । ମନୋରଂଜନ ୬୮ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଥିଲା । ଗତକାଲି ରାତିରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆଜି ଅଭିଯୁକ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଅଦାଲତକୁ ନିଆ ଯାଇଛି ।
Powered by Froala Editor