ଜଙ୍ଗଲରେ ଚିକିତ୍ସିତ ଅବସ୍ଥାରେ ହାତୀ ମୃତ
ଭୁବନେଶ୍ବର: ଚନ୍ଦକା ଜଙ୍ଗଲରେ ଏକ ଚିକିତ୍ସିତ ହାତୀର ମୃତ୍ୟୁ ହୋଇଛି । ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଢୁବାରି ଜଙ୍ଗଲ କଡ଼ରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମକେନା ହାତୀକୁ ଶୁକ୍ରବାର ସକାଳେ ଚନ୍ଦକା ବନବିଭାଗ ଠାବ କରିଥିଲେ । ପରେ ନନ୍ଦନକାନନର ଏକ ଡ଼ାକ୍ତରୀ ଦଳଙ୍କୁ ଡାକି ପ୍ରାଥମିକ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ କରିଥିଲେ । ଡାକ୍ତରୀ ଦଳ ହାତୀକୁ ଆଣ୍ଟିବାୟୋଟିକ ଔଷଧ ଓ ସାଲାଇନ ଦେଇଥିଲେ । ଅପରାହ୍ନ ୪ଟା ସୁଦ୍ଧା ହାତୀର ଚେତା ଫେରିବା ସହ ହାତୀ ତଳୁ ଉଠି କିଛି ବାଟ ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲା କିନ୍ତୁ ଆଜି ସକାଳୁ ହାତୀଟିର ମୃତଦେହ ଉଦ୍ଧାର ହୋଇଛି ।
Powered by Froala Editor