ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ମାମଲା: ୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ଜେରା
ଭୁବନେଶ୍ବର: ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଜୋରଦାର କରିଛି। ବ୍ରହ୍ମପୁର ପୁଲିସ ଦ୍ବାରା ଗିରଫ ହୋଇଥିବା ୪ ପରୀକ୍ଷାର୍ଥୀଙ୍କୁ ଜେରା କରିଛି ସିବିଆଇ। ଶୁକ୍ରବାର ଅପରାହ୍ଣରୁ ରାତି ୧୨ ପର୍ଯ୍ୟନ୍ତ ସେମାନଙ୍କୁ ପଚରାଉଚରା କରିଛି। କିଭଳି ଡିଲ୍ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, ଏମିତି କିଛି ନୂଆ ତଥ୍ୟ ପ୍ରମାଣ ହାତେଇବାକୁ ସିବିଆଇ ଜେରା ଚଳାଇଛି।
ଏହି ମହାଦୁର୍ନୀତି ଲିଙ୍କ୍ରେ ଥିବା ୧୦ଜଣଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା। ସେଥିମଧ୍ୟରୁ ୪ଜଣ ସିବିଆଇରେ ହାଜର ହୋଇ ପକ୍ଷ ରଖୁଛନ୍ତି। ଏହି ମାମଲା ସହ ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଜଡ଼ିତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ। ମୂଳରୁ ପୁଣି ତଦନ୍ତ କରି ଏହି ଷଡ଼ଯନ୍ତ୍ରରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହି ମାମଲାରେ ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ୍ କରାଯାଉଛି ଓ ସେମାନଙ୍କ ଭୂମିକା ବିଷୟରେ ତଦନ୍ତକାରୀ ଦଳ ପଚରାଉଚରା ଆରମ୍ଭ କରିଛି।
Powered by Froala Editor