ଆଜି ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ
ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ବସିବାକୁ ଯାଉଛି। ଶନିବାର ସନ୍ଧ୍ୟା ୬ଟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ନୂଆପଡ଼ା ବିପର୍ଯ୍ୟୟ ସମ୍ପର୍କରେ ଚର୍ଚ୍ଚା ହୋଇପାରେ। ଏହାସହ ବାକିଥିବା ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
Powered by Froala Editor