ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି
ଉମର ଖାଲିଦ, ଶରଜିଲ୍ ଇମାମ, ଗୁଲଫିଶା ଫାତିମା, ମୀନା ହାଇଦର ଓ ଦିଲ୍ଲୀ ଦଙ୍ଗାର ଅନ୍ୟ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ବିରୋଧ କରିଛି ଦିଲ୍ଲୀ ପୁଲିସ। ଶୁଣାଣି ବେଳେ ଦିଲ୍ଲୀ ପୁଲିସ ଲାଲକିଲ୍ଲା କାର ବୋମା ବିସ୍ଫୋରଣ ଏବଂ ଧଳା କଲର ଆତଙ୍କୀ ମଡ୍ୟୁଲକୁ ଉଦ୍ଧୃତ କରିଥିଲା। ଶୁଣାଣି ସମୟରେ, ସର୍ଜିଲ ଇମାମ ଭାଷଣର ଭିଡିଓ କ୍ଲିପ୍ ଦେଖାଯାଇଥିଲା, ଯେଉଁଥିରେ ସେ ଉତ୍ତର-ପୂର୍ବ ରାଜ୍ୟ ଆସାମକୁ ଭାରତରୁ ପୃଥକ କରିବାକୁ ଆହ୍ୱାନ କରୁଥିବା, ଦିଲ୍ଲୀର ଜଳ ଯୋଗାଣ ବନ୍ଦ କରିବା ଏବଂ ହିଂସାତ୍ମକ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦେଖାଯାଇଛି।
ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ କହିଛି, ଯେତେବେଳେ ବୁଦ୍ଧିଜୀବି ଆତଙ୍କବାଦୀ ପାଲଟନ୍ତି ତାହା ସବୁଠାରୁ ବିପଦଜନକ। ବୁଦ୍ଧିଜୀବି ଲୋକ ସରକାରୀ ଟଙ୍କାରେ ପଢି ଡାକ୍ତର-ଇଞ୍ଜିନିୟର ହେଉଛନ୍ତି। ଏହାପରେ ଦେଶ-ବିରୋଧି ଗତିବିଧିରେ ସାମିଲ ହୋଇଯାଆନ୍ତି। ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଏନଭି ଅଞ୍ଜାରିୟାଙ୍କ ଖଣ୍ଡପୀଠ ଆଗରେ ଦିଲ୍ଲୀ ପୁଲିସର ପକ୍ଷ ରଖିବା ପାଇଁ ଆଡିସନାଲ ସଲିସିଟର ଜେନେରାଲ ଏସ୍ଜି ରାଜୁ ହାଜର ହୋଇଥିଲେ। ସେ କହିଥିଲେ ବୁଦ୍ଧିଜୀବି ଯେତେବେଳେ ଆତଙ୍କବାଦୀ ହୁଅନ୍ତି ସେମାନେ ଅଧିକ ବିପଦଜନକ ହୋଇଯାଆନ୍ତି।
ଏଏସ୍ଜି ରାଜୁଙ୍କ ଇଶାରା ହରିୟାଣାର ଅଲ୍ ଫଲାହ ୟୁନିଭର୍ସିଟିରେ ଚାଲିଥିବା ‘ହ୍ବାଇଟ କଲର ଟେରର ମଡ୍ୟୁଲ’ ଆଡକୁ ଥିଲା, ଯାହାକୁ ନିକଟରେ ତଦନ୍ତକାରୀ ଏଜେନ୍ସି ପର୍ଦାଫାଶ କରିଥିଲା। ଡାକ୍ତରମାନେ ସେଠାରୁ ଆଇଇଡି ତିଆରି କରୁଥିବା ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏହି ଘଟଣାର ପରଦିନ ଏହି ଡାକ୍ତରଙ୍କ ସହ ଡାକ୍ତର ଉମର ନବି ଲାଲକିଲ୍ଲା ପାଖ କାରରେ ବିସ୍ଫୋରଣ କରିଥିଲା। ଯେଉଁଥିରେ ୧୪ ଜଣଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ବହୁ ଡାକ୍ତରଙ୍କୁ ଗିରଫ କରାଯାଇଛି।
Powered by Froala Editor