ରାଜ୍ୟରେ ଆଉ ୪ଟି ତହସିଲ ଗଠନ ପାଇଁ ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି ତହସିଲ ଗଠନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ତହସିଲକୁ ଭାଙ୍ଗି ଦୁଇଟି ଅତିରିକ୍ତ ତହସିଲ ଗଠନ କରାଯିବ। ସେହିପରି କଟକ ଓ ସମ୍ବଲପୁର ତହସିଲକୁ ଭାଙ୍ଗି ଗୋଟିଏ ଲେଖାଏଁ ଅତିରିକ୍ତ ତହସିଲ ଗଠନ କରାଯିବ। ଏନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଯାଇଛି ଯେ, ଉପରୋକ୍ତ ତହସିିଲ ଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରୁ ଠିକ୍ ସମୟରେ ଲୋକଙ୍କୁ ରାଜସ୍ବ ସେବା ପ୍ରଦାନ କରିବାରେ ସମସ୍ୟା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ତହସିଲ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
Powered by Froala Editor