ଗଠନ ହେବ ଆଉ ୪ ନୂଆ ତହସିଲ
ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ। ଭୁବନେଶ୍ବର, କଟକ ଓ ସମ୍ବଲପୁର ମହାନଗର ନିଗମରେ ଏହି ୪ ନୂଆ ତହସିଲ ସୃଷ୍ଟି କରାଯାଇଛି। ଭୁବନେଶ୍ବରରେ ଆଉ ୨ଟି ନୂଆ ତହସିଲ ହେବ। ସେହିପରି କଟକରେ ଗୋଟିଏ ସମ୍ବଲପୁରରେ ମଧ୍ୟ ଗୋଟିଏ ନୂଆ ତହସିଲ କରାଯିବ । ନଗରାଞ୍ଚଳ ସୀମା ବଢିବାରୁ ରାଜସ୍ବ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ ହେବ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନୂତନ ପ୍ରଶାସନିକ ୟୁନିଟ୍ ପ୍ରତିଷ୍ଠା ନେଇ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି। ନୂତନ ୪ଟି ତହସିଲ ମଧ୍ୟରୁ ଦୁଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ଅବଶିଷ୍ଟ ଗୋଟିଏ କଟକରେ ଏବଂ ଗୋଟିଏ ସମ୍ବଲପୁର ଜିଲାରେ ଗଠନ କରାଯିବ।
Powered by Froala Editor