ରାଜ୍ୟରେ କେହି ରହିବେନି ଭୂମିହୀନ, ୬ ମାସ ଭିତରେ ହେବ ସମାଧାନ
ଭୁବନେଶ୍ଵର: ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସ ଭିତରେ ସମାଧାନ ହେବ ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନରେ ଏକଥା କହିଛନ୍ତି ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ।ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଲୋକେ ସବୁଠୁ ଅଧିକ ସମସ୍ୟା ନେଇ ରାଜସ୍ଵ ବିଭାଗକୁ ଆସନ୍ତି । ଆମେ ପ୍ରୟାସ କରିବା ଆଗକୁ ଯେମିତି ରାଜସ୍ଵ ବିଭାଗର ଅଭିଯୋଗ ସଂଖ୍ୟା କମି କମି ଯିବ । ଲୋକଙ୍କୁ କିଭଳି ବନ୍ଧୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିବ ସେନେଇ ପ୍ରୟାସ କରିବା ।"୫ ବର୍ଷରେ ଓଡ଼ିଶାରେ ଜଣେ ବି ଭୂମିହୀନ ରହିବେ ନାହିଁ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ । ଆମ ସରକାର ୨୪ ହଜାର ଶିକ୍ଷନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୂମିହୀନଙ୍କୁ ଜମି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
ଏଥିସସହ ଜନଗଣନା ପୂର୍ବରୁ ସମସ୍ତ ରାଜସ୍ଵ ଗ୍ରାମ ଆବେଦନକୁ ସୁପାରିସ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ।
Powered by Froala Editor