ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ସାଲିଆ ସାହି ବସ୍ତିବାସିନ୍ଦାଙ୍କ ଜୋରଦାର ବିରୋଧ
ଭୁବନେଶ୍ୱର: ରାଜଧାନୀ ଉପଖଣ୍ଡ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଆଜିଠୁ ୨୪ତାରିଖ ପର୍ଯ୍ୟନ୍ତ ଏଠାରେ ଉଚ୍ଛେଦ କରାଯିବ । ୫୧୭ ଘରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor