ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ
ନୂଆଦିଲ୍ଲୀ: ସୋମବାର ସାଉଦି ଆରବରେ ଏକ ବଡ ଦୁର୍ଘଟଣା ଘଟିଛି । ଉମରା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ୪୨ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ମକ୍କାରୁ ମଦିନା ଯାତ୍ରା କରୁଥିଲେ । ରିପୋର୍ଟ ଅନୁସାରେ ମୁଫାରିହାଟ ନିକଟରେ ବସଟି ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ମୃତ ଭାରତୀୟ ସମସ୍ତେ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ବେଳେ ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିଲେ। ରିପୋର୍ଟ ଅନୁଯାୟୀ, କେବଳ ବସ୍ ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।ଦୁର୍ଘଟଣାଟି ଭାରତୀୟ ସମୟ ଅନୁସାରେ ରାତି ୧:୩୦ ସମୟରେ ମଦିନାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ମୁହରାସ ନିକଟରେ ଘଟିଥିଲା।
Powered by Froala Editor