୨ ଦଫା ଦାବି ନେଇ ୧ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ
ଭୁବନେଶ୍ୱର: ୨ ଦଫା ଦାବି ନେଇ ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ। ମୂଳ ପଦବୀକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍ ପେ’ ପ୍ରଦାନ, ୨୦୦୧ରୁ ୨୦୨୪ ମସିହା ପର୍ୟ୍ୟନ୍ତ ୬ ବର୍ଷର କାର୍ୟ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା ଦାବି ପୂରଣ ପାଇଁ ମହାସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ରାଜ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ମହାସଂଘର ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ରବିବାର ଖାରବେଳ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ଏନେଇ ଆଲୋଚନା ହୋଇଛି।
Powered by Froala Editor