ଭକ୍ତଙ୍କୁ ଏପରି କହି କଟାକ୍ଷ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଦାସଙ୍କୁ ରବିବାର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ । ରାଜନୈତିକ ଦଳ ନିଜ ଦୁର୍ବଳତାକୁ ଲୁଚାଇବା ପାଇଁ ଅନେକ କଥା କୁହନ୍ତି । ନିଜ ପରାଜୟକୁ ସ୍ୱୀକାର କଲେ ଭଲ ହୁଅନ୍ତା ।
ନୂଆପଡ଼ା ଉପନିର୍ବଚନରେ ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣଙ୍କ କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଯେ ଆମେ ବିଭୀଷଣଙ୍କୁ ଖୋଜୁଛୁ । ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ ଆକ୍ସନ ନିଆଯିବ । ପ୍ରଥମେ ପରାଜୟର କାରଣ ସମ୍ପର୍କରେ ଆତ୍ମସମୀକ୍ଷା କରାଯିବ । ତା’ ପରେ ବିଭୀଷଣଙ୍କ ବିରୋଧରେ ଆକ୍ସନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି କଂଗ୍ରେସ ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି ଭକ୍ତ ଦାସ କହିଛନ୍ତି ।
Powered by Froala Editor