ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ ଆକ୍ସନ ନିଆଯିବ: ଭକ୍ତ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବଚନରେ ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣଙ୍କ କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଯେ ଆମେ ବିଭୀଷଣଙ୍କୁ ଖୋଜୁଛୁ । ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ ଆକ୍ସନ ନିଆଯିବ । ପ୍ରଥମେ ପରାଜୟର କାରଣ ସମ୍ପର୍କରେ ଆତ୍ମସମୀକ୍ଷା କରାଯିବ । ତା’ ପରେ ବିଭୀଷଣଙ୍କ ବିରୋଧରେ ଆକ୍ସନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି କଂଗ୍ରେସ ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି ଭକ୍ତ ଦାସ କହିଛନ୍ତି ।
ପ୍ରକାଶ ଯେ ଭକ୍ତ ରାଜ୍ୟ କଂଗ୍ରେସର ମଙ୍ଗ ଧରିବାପରେ ନୂଆପଡା ଉପନିର୍ବାଚନ ତାଙ୍କ ପାଇଁ ଥିଲା ଅଗ୍ନି ପରୀକ୍ଷା। ହେଲେ ଘାସିରାମଙ୍କ ନିଜ ଭୋଟକୁ ବି ଦଳ ନିଜ ପାଖରେ ରଖିବାରେ ଅସମର୍ଥ ହେବାପରେ ଶାସକ ଦଳର କଳ, ବଳ ଓ କୈଶଳକୁ ଦାୟୀ କରିଛନ୍ତି ଭକ୍ତ । ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା କଂଗ୍ରେସ ପାଖରେ ମାନବ ସମ୍ବଳର ଅଭାବ ମୂଳ କାରଣ।
Powered by Froala Editor