ଜନ୍ମକଲା ବାପାକୁ ହତ୍ୟା କଲା ପୁଅ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଏ. ବରିଡା ଗ୍ରାମରେ ଅଭାବନୀୟ ଘଟଣା । ଜନ୍ମକଲା ବାପାକୁ ହତ୍ୟା କଲା ପୁଅ ।
ସୂଚନା ମୁତାବକ, ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା ରମେଶ । ପରେ ତାହା ଉଗ୍ରରୂପ ନେଇଥିଲା । ଏଥିରେ ରାଗିଯାଇ ଛୁରୀ ଭୁସି ଓ ପିଟିପିଟି ବାପାକୁ ହତ୍ୟା କଲା ପୁଅ । ଏନେଇ ମୃତକଙ୍କ ବଡ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ।
Powered by Froala Editor