ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ
ଭୁବନେଶ୍ଵର : ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ୍ ହାର ୬୬.୫୦% ରହିଛି। ଏନେଇ BSE ପକ୍ଷରୁ ସୂଚନା ମିଳିଛି। www.bseodisha.ac.inରେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଦେଖିପାରିବେ।
Powered by Froala Editor