ଆଗାମୀ ଦିନରେ ବିକାଶ ହିଁ ଏକମାତ୍ର ମୁଦ୍ଦା ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ନୂଆପଡ଼ାରେ ପ୍ରଚଣ୍ଡ ଜିତ୍ ପରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଜୟ ଉତ୍ସବ। ଜୟ ଢୋଲକିଆଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି। ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି। ସେହିପରି ଜୟ ଢୋଲକିଆ ମଧ୍ୟ ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ନୂଆପଡ଼ାରେ ଆମର ଅଦ୍ଭୁତପୂର୍ବ ବିଜୟ ହୋଇଛି। ଆଜି ବିଜେପିର ଯେଉଁ ବିଜୟ ହୋଇଛି ସେଥିପାଇଁ ମୁଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଗତ ୬ ମାସ ପୂର୍ବରୁ ନୂଆପଡ଼ା ଯାଇଥିଲି। ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲା ତାହା ଆଜି ପ୍ରମାଣିତ ହୋଇଛି । ଦୀର୍ଘ ୨୪ ବର୍ଷ ଧରି ନୂଆପଡ଼ା ଅବହେଳାର ଶିକାର ହୋଇଥିଲା । ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ ବୋଲି ନୂଆପଡ଼ାବାସୀ ଆଶା ବାନ୍ଧି ବସିଥିଲେ । ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି।
ନୂଆପଡା ଜିଲ୍ଲାର ବିକାଶର ସାରଥୀ ହେବାକୁ ମୁଁ ଜୟଙ୍କୁ ଦାୟିତ୍ୱ ଦେଉଛି। ସେ ତାଙ୍କ ପରାକାଷ୍ଠା ଦେଖାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିର କାର୍ୟ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ବିକାଶ ବିକାଶ ବିକାଶ ହିଁ ଏକମାତ୍ର ମୁଦ୍ଦା ହେବ ବୋଲି କହିଛନ୍ତି।
Powered by Froala Editor