ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଭକ୍ତିପୂତ ପ୍ରଣାମ
ଭୁବନେଶ୍ୱର: ଆଜି ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଏକ୍ସରେ ପୋଷ୍ଟ କରି ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଭଗବାନ ବିର୍ସା ମୁଣ୍ଡା ଅଦମ୍ୟ ସାହସ, ତ୍ୟାଗ ଓ ସମର୍ପଣର ପ୍ରତୀକ । ବ୍ରିଟିଶ ଶାସନ ସମୟରେ ସେ ଯେଉଁ ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାରର ବାର୍ତ୍ତା ଦେଇଥିଲେ, ତାହା ଚିର ସ୍ମରଣୀୟ ହୋଇ ରହିବ । ଓଡ଼ିଶାର ଜନଜାତି ସମାଜର ବିକାଶ ଓ ସ୍ୱାଭିମାନ ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ।
Powered by Froala Editor