ପୀତବାସ ପଣ୍ଡା ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ହେବ ଆଜି
ଭୁବନେଶ୍ବର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ । ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କ ଟିଆଇ ପରେଡ ବ୍ରହ୍ମପୁରର ମଣ୍ଡଳ କାରାଗାରରେ ହେବ । ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗେନ୍ଦ୍ର ରାଉତ, ଶିଶୁପାଲ ପାଶ୍ୱାନ, କୁନ୍ଦନ କୁମାର, ସୀମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ । ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମାମଲାର ତଦନ୍ତ ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ ।
Powered by Froala Editor