ନୂଆପଡ଼ାରେ ଜୟଙ୍କ ବୃହତ୍ ବିଜୟ
ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବୃହତ୍ ବିଜୟ ହୋଇଛି। ଏଠାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡ଼ାଇ ଆଣିଛି। ବିଜେପିର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୋହନ ଚରଣ ମାଝୀ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ ପୂରା ଖୁସିରେ ବିମୋହିତ ହୋଇପଡ଼ିଛନ୍ତି। ଜୟ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛନ୍ତି। ଭୋଟ୍ ଗଣତିର ପ୍ରଥମ ରାଉଣ୍ଡ୍ଠାରୁ ଆରମ୍ଭଠାରୁ ୧୭ ରାଉଣ୍ଡ୍ ରାଉଣ୍ଡ ସୁଦ୍ଧା ୮୩୫୭୨ ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୬୭୫୩ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛି ବିଜେଡି। ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ୨୬୨୦୩୩ ଖଣ୍ଡ ଭୋଟ୍ ପାଇଛନ୍ତି। ଏହି ଖବର ପାଇବା ପରେ ନିଜ ପରିବାର ସହ ଖୁସିରେ ନାଚି ଉଠିଛନ୍ତି ଜୟ ଢୋଲକିଆ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି। ନୂଆପଡ଼ାବାସୀ ବିରୋଧୀ ଦଳମାନଙ୍କର ଅପପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିକାଶକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି।
Powered by Froala Editor