ରାଉଣ୍ଡ ୧୩: ବିଜେପି ୪୩ ହଜାର ୨୯୪ଟି ଭୋଟରେ ଆଗୁଆ
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ୪୩ ହଜାର ୨୯୪ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୬୩୫୨୨ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦୨୨୮ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୦୧୦୩ଟି ଭୋଟ ମିଳିଛି ।
ଫଳାଫଳ ଉପରେ ରହିଛି ନେତାଠୁ ଜନତା ସଭିଙ୍କ ନଜର । ଆଜି ୧୪ଟି ଟେବୁଲରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯିବ ।
Powered by Froala Editor