ରାଉଣ୍ଡ ୧୨: ବିଜେପି ୪୦ ହଜାର ୩୧୩ଟି ଭୋଟରେ ଆଗୁଆ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୨ ସୁଦ୍ଧା ବିଜେପି ୪୦ ହଜାର ୩୧୩ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୨ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୫୯୩୬୬ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୯୦୫୩ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୧୭୪୩୭ଟି ଭୋଟ ମିଳିଛି ।
ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାର ପାଇଁ ୩ ପ୍ରମୁଖ ଦଳର ରାଜ୍ୟସ୍ତରୀୟ ନେତା ମାସେ ହେଲା ନୂଆପଡ଼ାରେ ଡେରା ପକାଇଥିଲେ ।
Powered by Froala Editor