ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷା ଭାବେ ମନୋନୀତ ହେଲେ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର : ସଂସଦରେ ଆଗତ ସମ୍ବିଧାନ ଅଧିନିୟମ (ସଂଶୋଧନ)-୨୦୨୫, ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ-୨୦୨୫, ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ-୨୦୨୫ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଉକ୍ତ ଜେପିସିର ଅଧ୍ୟକ୍ଷା ଭାବେ ମନୋନୀତ କରିଛନ୍ତି। ୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଲୋକସଭାରୁ ୨୧ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି।
Powered by Froala Editor