୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡାବାସୀ, ୭ଟାରୁ ଆରମ୍ଭ ହୋଇଛି ଭୋଟିଂ
ନୂଆପଡ଼ା: ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ମୋଟ ୩୫୮ବୁଥରେ ଚାଲିଛି ମତଦାନ। ୩୧୧ଟି ବୁଥରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଅନ୍ୟ ୪୭ଟି ବୁଥେୀ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡା ବାସୀ । ୩୫୮ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ହଜାର ୬୨୪ଭୋଟର । କଡ଼ା ସୁରକ୍ଷା ଭିତରେ ବୁଥ୍କୁ ଯାଇଛି ଇଭିଏମ୍।
Powered by Froala Editor