ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ
ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ପରେ ପୁରୀରେ ହାଇଆଲର୍ଟ। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ସୂଚନା ଦେସେ ପୁରୀ ଏସପି । ପୁରୀ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି କଲା ପ୍ରଶାସନ । ସେହପରି ଭୁବନେଶ୍ବର ବିମାନ ବନ୍ଦର ଓ ରେଳଓ୍ବେ ଷ୍ଟେସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି। ହୀରାକୁଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରେଳଓ୍ବେ ଷ୍ଟେସନ ଓ ସମଲେଶ୍ବରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।
ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଏହି ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
ସେପଟେ ବିସ୍ଫୋରଣର ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ଏହି ଘଟଣା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଓ ଚେକିଂ ଜୋରଦାର କରାଯାଇଛି। ରେଲଓ୍ବେ ଷ୍ଟେସନ୍, ମଲ୍, ଧାର୍ମିକ ସ୍ଥଳ ଏବଂ ସାର୍ବଜନୀନ ସ୍ଥାନରେ ବହୁ ସଂଖ୍ୟା ପୋଲିସ ମୁତୟନ କରାଯାଇଛି।
Powered by Froala Editor