ନୂଆପଡା ଉପନିର୍ବାଚନରେ ବାୟୁସେନା ବିମାନ, ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି
ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ଆଉ ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି ।
ଆଜି ସନ୍ଧ୍ୟା ୭ଟାରୁ ବୁଥ ଯାତ୍ରା କରିବେ ପୋଲିଂ ପାର୍ଟି। ଆସନ୍ତାକାଲି ୧୧ ଟା ସୁଦ୍ଧା ବୁଥରେ ପହଁଚିବେ ପୋଲିଂ ପାର୍ଟି । ଏନେଇ ଡିସପୋଜାଲ ସେଣ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ନୂଆପଡ଼ା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ । ୩୮୫ଟି ବୁଥରେ ଭୋଟଗ୍ରହଣ କରାଯିବ। ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନକ୍ସଲ ପ୍ରଭାବିତ ଅଞ୍ଚଳର ୮ଟି ବୁଥକୁ ହେଲିକପ୍ଟର ଯୋଗେ ଯିବେ ପୋଲିଂ ପାର୍ଟି।
Powered by Froala Editor