ବାଇକ ଧକ୍କାରେ ଦୁଇ ମୃତ
ଭୁବନେଶ୍ବର: ଗଞ୍ଜାମଜିଲ୍ଲା କବିସୂର୍ୟ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେଇଥିବା ବେଳେ ବୃଦ୍ଧଙ୍କ ସହ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା, ଅନୁଯାୟୀ ମିଟୁ ଭୋର ସମୟରେ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଖଜାପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ କାଶୀନାଥଙ୍କ ସହ ଧକ୍କା ହୋଇଥିଲା । ମିଟୁ ଓ କାଶୀନାଥ ତଳେ ପଡ଼ି ଗୁରୁତର ହୋଇଥିଲେ । ବାଇକ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ବୃଦ୍ଧଙ୍କୁ ଉଦ୍ଧାର କରି କୋଦଳା ମେଡିକାଲକୁ ପଠାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor