ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି ଅଖିଳେଶ
ନୂଆପଡ଼ା: ଆଜି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ୟାଦବ ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି । ସ୍ଥାନୀୟ ପୁଲିସ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଆଜି ସକାଳେ ନୂଆପଡ଼ା ପହଞ୍ଚିବେ । ଅପରାହ୍ନ ୧ଟାରେ ପୁଲିସ ପଡ଼ିଆସ୍ଥିତ ନିର୍ବାଚନୀ ସଭାରେ ଯୋଗଦେଇ ସମାଜବାଦୀ ପାର୍ଟି ପ୍ରାର୍ଥୀ ରାମାକାନ୍ତ ହାତୀଙ୍କ ପାଇଁ ଭୋଟଭିକ୍ଷା କରିବେ ।
Powered by Froala Editor