ବିପଦପୂର୍ଣ୍ଣ ବିଲଡିଂ ଭାଙ୍ଗିବା ପ୍ରକ୍ରିୟା ନେଇ ବଡ ସୂଚନା ଦେଲେ ମନ୍ତ୍ରୀ
କଟକ: କଟକ ଅଘଟଣ ପରେ ବଡ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ଵରାନ୍ବିତ ହେବ। ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ଵ। ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ନଗର ଉନ୍ନୟନ ବିଭାଗର ଦାୟିତ୍ଵ ବୋଲି ମନ୍ତ୍ରୀ କହିଛନ୍ତି। ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କର ଦାୟିତ୍ଵ। ତେଣୁ ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର।
ଶନିବାର କଟକ ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିବା ଜଣାପଡ଼ିଛି।
Powered by Froala Editor