ନୂଆପଡ଼ା ଉପନିର୍ବାଚନ: ଆଜି ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର କରିବାକୁ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସକାଳେ ନୂଆପଡ଼ା ଅଭିମୁଖେ ଯାତ୍ରା କରିବେ। ନୂଆପଡ଼ାରୁ ଖରିଆର ରୋଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ କରିବା ସହ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେତ ଜନତାଙ୍କୁ ସମ୍ବୋଧିତ କରି ଜୟଙ୍କ ଲାଗି ଭୋଟ ମାଗିବେ।
Powered by Froala Editor