ରାସ୍ତାରେ ଜଳିଗଲା ଥାର
ବାଳକାଟି: ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଟଙ୍କପାଣି ଟ୍ରାଫିକ ଛକ ନିକଟରେ ଏକ ଚଳନ୍ତା ଥାର ଗାଡି ଜଳିଯାଇଥିବା ଜଣାପଡିଛି । ଫଳରେ ଏଥିରେ ବସିଥିବା ଚାଳକ ସମେତ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବରନେବାରେ ଜଣାପଡିଛି, ଭୁବନେଶ୍ୱର ଅଞ୍ଚଳରୁ ୩ ରୁ ୪ ଜଣ ଯୁବକ ଏକ ଥାର ଗାଡି ଯୋଗେ ଲିଙ୍ଗିପୁର ଆଡକୁ ଯାଉଥିଲେ । ସନ୍ଧ୍ୟା ପ୍ରାୟ ୭ ଟାରେ ଉପରୋକ୍ତ ସ୍ଥାନରେ ହଠାତ ଗାଡିର ପଛ ପଟୁ ଧୂଆଁ ବାହାରିଥିଲା । ଲୋକେ ଏହା ଦେଖି ଚାଳକଙ୍କୁ କହିଥିଲେ । ଚାଳକ ଏବଂ ସେଥିରେ ବସିଥିବା ୨ ରୁ ୩ ଜଣ ଯୁବକ ଭୟଭୀତ ହୋଇ ଗାଡିରୁ ଡେଇଁପଡ଼ିଥିଲେ । କିଛି କ୍ଷଣ ଭିତରେ ଗାଡିଟି ଜଳି ଉଠିଥିଲା ।
Powered by Froala Editor