ସାମ୍ନାକୁ ଆସିଲା ଏଲନ ମସ୍କଙ୍କ ଦରମା ତଥ୍ୟ, ଜାଣନ୍ତୁ କେତେ?
ଭୁବନେଶ୍ବର: ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ଏବେ ତାଙ୍କ ଦରମା ତଥ୍ୟ ସାମ୍ନାକୁ ଆସିଛି।
ବୈଦ୍ୟୁତିକ ଯାନ ଟେସଲା କମ୍ପାନୀର ଶେୟାର ହୋଲ୍ଡର ବା ଅଂଶୀଦାରମାନେ ନିଜ ସିଇଓ ଏଲନ ମସ୍କଙ୍କ ପାଇଁ ପ୍ରାୟ ୧ ଟ୍ରିଲିଅନ ଡଲାର ପ୍ୟାକେଜର ଦରମାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୩୬ ଲକ୍ଷ କୋଟି ଟଙ୍କାରୁ ବି ଅଧିକ। ନିକଟରେ କମ୍ପାନୀର ହୋଇଥିବା ବାର୍ଷିକ ସାଧାରଣ ବୈଠକରେ ଏହି ଦରମା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି।
ତେବେ ତାଙ୍କ ଦରମା କୌଣସି ଦେଶର ଅର୍ଥନୀତି ଏବଂ ଜିଡିପିଠାରୁ ବି ଅଧିକ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଏହି ଦେଶ ହେଉଛି ପାକିସ୍ତାନ। ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ହେବ। କେବଳ ଏତିକି ନୁହେଁ, ସ୍ଵିଜରଲାଣ୍ଡ, ପୋଲାଣ୍ଡ, ବେଲଜିଅମ, ସ୍ଵିଡେନ, ଆୟର୍ଲାଣ୍ଡ, ନରଓ୍ବେ, ଅଷ୍ଟ୍ରିଆ, ଡେନମାର୍କ, ଚେକ୍ ଗଣରାଜ୍ୟ, ପର୍ତ୍ତୁଗାଳ ଭଳି ଦେଶର ଅର୍ଥନୀତିଠାରୁ ମସ୍କଙ୍କ ଦରମା ଅଧିକ।
Powered by Froala Editor