ବଢ଼ୁଛି ଶୀତ ପ୍ରକୋପ, ୧୦ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା
ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ ଏବଂ ବଢ଼ୁଛି ଶୀତ ପ୍ରକୋପ। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ହ୍ରାସ ଯୋଗୁଁ ଆସନ୍ତା ୯ତାରିଖ ବେଳକୁ ପାହାଡ଼ିଆ ଅଞ୍ଚଳର କିଛି ସ୍ଥାନରେ ୧୦ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା। ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ୧୬ଡିଗ୍ରୀକୁ ପାରଦ ଖସି ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଏବଂ କଟକରେ ଗତ ୨୪ ଘଣ୍ଟାରେ ଯଥାକ୍ରମେ ୧.୫ ଓ ୧ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ପାରଦ ତଳମୁହାଁ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଚଳିତ ମାସ ୧୪ ତାରିଖରୁ ସାରା ରାଜ୍ୟେର ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି।
Powered by Froala Editor