ବେଟିଂ ଆପ୍ ମାମଲା : ସୁରେଶ ରୈନା ଏବଂ ଶିଖର ଧାଓ୍ବନଙ୍କ ସମ୍ପତ୍ତି ସିଜ୍
ବେଟିଂ ଆପ୍ ଆର୍ଥିକ ଅନିୟମିତତା ମାମଲାରେ ଫସିଗଲେ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାଓ୍ବନ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଶିଖର ଧାୱନଙ୍କ ୧୧.୧୪ କୋଟି ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ସିଜ୍ କରିଛି । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ନିରୋଧ ଆଇନ (ପିଏମଏଲଏ), ୨୦୦୨ ଅଧିନ କରାଯାଇଛି । ସିଜ୍ କରାଯାଇଥିବା ସମ୍ପତ୍ତିରେ ସୁରେଶ ରାଇନାଙ୍କ ୬.୬୪ କୋଟି ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଓ ଶିଖର ଧାୱନଙ୍କ ନାଁରେ ଥିବା ୪.୫ କୋଟି ଟଙ୍କା ଏକ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି ।
ବେଆଇନ ବେଟିଂ ଆପ୍ (1xBet) ଦୁର୍ନୀତିରେ ଉଭୟଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୂର୍ବରୁ ଇଡି ପକ୍ଷରୁ ସେମାନଙ୍କୁ ଜେରା କରାଯାଇଥିଲା। ଉଭୟଙ୍କ ଏହି ସ୍ଥାବର ସମ୍ପତ୍ତି ଆଟଚ କରାଯିବା ନେଇ ଇଡି ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି। ଆର୍ଥିକ ଅନିୟମିତତା ନିରୋଧ ଆଇନ (ପିଏମଏଲଏ) ଅଧୀନରେ ଏହି ଆଦେଶନାମା ଜାରି ହୋଇଛି। ଉଭୟ କ୍ରିକେଟର ଜାଣିଶୁଣି ଏହି ବେଆଇନ ଆପ୍ର ପ୍ରଚାରପ୍ରଚାର ପାଇଁ ନିଜକୁ ଚୁକ୍ତିବଦ୍ଧ କରିଥିଲେ ବୋଲି ଇଡି ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତରେ ଜଣାପଡ଼ିଛି ଯେ 1xBet ଓ ଏହା ସୁରୋଗେଟ୍ ଗ୍ରାଣ୍ଡ- 1xBet, 1xBet Sporting Lines- ଭାରତରେ ବିନା କୌଣସି ଅନୁମତିରେ ଅନଲାଇନ୍ ଗେମ୍ୱଲିଂ ଓ ଜୁଆ ଖେଳକୁ ପ୍ରଚାର କରୁଥିଲେ ।
Powered by Froala Editor