ନୂଆପଡା ଉପନିର୍ବାଚନ:କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ
ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି ।
ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର କାମ କରିବା ନାହିଁ ବୋଲି ବରିଷ୍ଠ ନେତା କହିଛନ୍ତି । ନୂଆପଡାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ବିଜୟ କରିବା ଦଳର ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇବା ସହ ଘର ଘର ବୁଲି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ଅଞ୍ଚଳ ପାଇଁ ଲଢୁଥିବା ଘାସିରାମଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି କଂଗ୍ରେସ ନେତା ।
Powered by Froala Editor